ବଲାଙ୍ଗୀର ନିସ୍ତାର କେନ୍ଦ୍ର ଠାରେ ଆଜି ଜିଲ୍ଲା କ୍ରସ ଡିସାବିଲିଟି ଏର୍ଲି ଇଣ୍ଟରଭେନସନ ସେଣ୍ଟର ପକ୍ଷରୁ ଚାରି ଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାସାଂସଦ ଶ୍ରୀ ନିରଞ୍ଜନ ବିଶି ଯୋଗଦେଇ ଦିବ୍ୟାଙ୍ଗ ମହିଳା ଓ ପୁରୁଷଙ୍କୁ ଚାରିଚକିଆ ସାଇକେଲ ବଣ୍ଟନ କରିଥିଲେ। ଏହା ସହ ଅଣ୍ଟାବେଳ, ଆଣ୍ଠୁବେଳ, କାନରେ ଶୁଣିବା ଯନ୍ତ୍ର ଓ ଅନ୍ୟାନ୍ୟ ସାହାୟକ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଜଣ ଦିବ୍ୟାଙ୍ଗ ଲାଭାନ୍ବିତ ହୋଇଥିବା ବେଳେ, ଏପରି ପ୍ରୟାସ ଦିବ୍ୟାଙ୍ଗମାନଙ୍କ ଜୀବନକୁ ସ୍ୱାବଳମ୍ବୀ