ଆଗଲପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ‘ବିଧାୟକ କପ–୨୦୨୬’ ଡିଉଜ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ସୁଚାରୁ ଓ ସଫଳ ଆୟୋଜନ ନେଇ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ। ଆଗଲପୁର ୟୁଥ କ୍ଲବ ଦ୍ଵାରା ଜାନୁଆରୀ ୨୪ ରୁ ୨୭ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଟିମ୍ମାନେ ଭାଗନେବେ। ସୁରକ୍ଷା, ଶିଷ୍ଟାଚାର ଓ କ୍ରୀଡାଭାବନା ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ମନ୍ତ୍ରୀ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ