ଭୀମ ଭୋଇ କଲେଜରେ ରକ୍ତଦାନ ଶିବିର , ୨୫ ୟୁନିଟ୍ ରକ୍ତ ସଂଗ୍ରହ ରେଢ଼ାଖୋଲ ଭୀମ ଭୋଇ ମହାବିଦ୍ୟାଳୟରେ ମଙ୍ଗଳବାର ସକାଳେ ଏକ ସ୍ଵେଛ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଯୁବ ରେଡକ୍ରସ୍ , ଏନ. ସି. ସି ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ଯ ରେ ଅନୁଷ୍ଠିତ ଏହି ଶିବିର ରେ ସମୁଦାୟ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା । କଲେଜର ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପାଢୀ ଏହାକୁ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ବ୍ଲଡ୍ ବ୍ଯାଙ୍କ ଅଧିକାରୀ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଅଭିଷେକ ଦାଶ ଶିବିରକୁ ପରିଚାଳନା କରିଥିଲେ । କଲେଜର ଯୁବ ରେଡ଼କ୍ରସ ଉପଦେଷ୍ଟା ଅଞ୍ଜନ କୁ