ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ସ୍ଥିତ ଦମକଳ କେନ୍ଦ୍ର ନିକଟ ପଡ଼ିଆ ଠାରେ ଚାଲିଥିବା ପଞ୍ଚ ଦିବସୀୟ ବାମରା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିବସ ରେ ଝାରସୁଗୁଡ଼ା ଜିଲ୍ଲାର ଲମତିବାହାଲ ଦଳ ସେମିଫାଇନାଲରେ ପ୍ରବେଶ କରିଥିବା ଜଣାପଡିଛି। ଶୁକ୍ରବାର ଏହାର ଚତୁର୍ଥ ଦିବସ ରେ ମୋଟ ୪ ଗୋଟି ମ୍ୟାଚ୍ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସୈନ୍ୟ ଯବାନ ବିକାଶ ରାୟ ମେହେତା, ସିନୋଦ ପ୍ରସାଦ, ଜାବେଦ ଅକ୍ତର୍ ଓ ଅଗ୍ନିକ ବିଜୟ ରାଉତ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।