ବ୍ରଜରାଜନଗର ଏବଂ ଓରିଏଣ୍ଟ ଅଞ୍ଚଳରେ ପୋଲିସ ପକ୍ଷରୁ ଆୟୋଜିତ ଫୁଟ ପେଟ୍ରୋଲିଂ ତଥା ଫ୍ଲାଗ ମାର୍ଚ୍ଚ କୁ ନେଇ ଆଜି ସନ୍ଧ୍ୟା ସାଢ଼େ ଛଅଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର। ଏହି ଫୁଟ ପେଟ୍ରୋଲିଂ ମାଧ୍ୟମରେ ପୋଲିସ ଅସାମାଜିକ କାର୍ଯ୍ୟକଳାପ ଆଦି ଉପରେ ନଜର ରଖିବା ସହିତ କେଉଁ ଅଞ୍ଚଲରେ ଅସାମାଜିକ କାର୍ଯ୍ୟ ହୋଇପାରେ ଏବଂ ବେଆଇନ ଫାର୍କିଂ ଆଦି ମଧ୍ୟ ଜଣାପଡିଥିଲା। ପୋଲିସ ର ଉପସ୍ଥିତି ଜାହିର କରିବା ସହିତ ପୋଲିସ ପ୍ରତି ଜନସାଧାରଣଙ୍କ ଗ୍ରହଣୀୟତା ବୃଦ୍ଧି ପାଇବ ବୋଲି ପ୍ରତିକ୍ରିୟା ରେ କହିଛନ୍ତି ଝାରସୁଗୁଡା ଏସ୍ପି