ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ମୃତ୍ୟୁ ଘଟଣା , ହତ୍ୟା ଅଭିଯୋଗ କଲେ ପରିବାର ଲୋକେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଓଟିଭି ର ସାମ୍ବାଦିକ ରମାକାନ୍ତ ମହାନନ୍ଦ ନାକଟିଦେଉଳ ରାସ୍ତାର ଚମ୍ପାଲି ନାଳରେ ଗତକାଲି ନାକଟିଦେଉଳ ବ୍ଲକ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର କୁ ଖବର ସଂଗ୍ରହ କରିବା ପାଇଁ ଯାଉଥିବା ବେଳେ ବାଇକରେ ଦୁର୍ଘଟଣା ହୋଇଥିଲେ । ଫଳରେ ସେ ଗୁରୁତର ହୋଇଥିଲେ ।ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।