ଆଠଗଡ ଥାନା ଅନ୍ତର୍ଗତ ହେମମାଳପୁର ଗାଁର ୨୦୧୫ ମସିହାରେ ପୁରୁଣା କେସ ରେ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ମଙ୍ଗଳବାର ଦିନ ହେମମାଳପୁର ଗାଁ ରେ କୌଣସି ଏକ ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଆଠଗଡ ପୋଲିସ। ସେହି ଗ୍ରାମର ଅଭିଯୁକ୍ତ ସୁଧାକର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଆଠଗଡ ପୋଲିସ।