ବାମରା ଷ୍ଟେସନ ବସ୍ତି ସ୍ଥିତ ଦେବଗଡ଼ିଆ କପଡ଼ା ଦୋକାନ ରେ ସୋମବାର ଦିନ ଦୁଇ ଜଣ ମହିଳା କପଡ଼ା କିଣିବା ବାହାନା ରେ ଦୋକାନକୁ ଆସି କୌଶଳ କ୍ରମେ ୩ ଗୋଟି ସମ୍ବଲପୁରୀ ଶାଢ଼ୀ ଓ ୨ ଗୋଟି ସମ୍ବଲପୁରୀ ଡ୍ରେସ୍ ଚୋରି କରି ସେଠାରୁ ଖସି ପଳାଇଥିଲେ। କପଡ଼ା ଦୋକାନୀ ଅବିନାଶ ଅଗ୍ରୱାଲ ଙ୍କୁ ସନ୍ଦେହ ହେବାରୁ ସେ ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ୍ କରିବାରୁ।ଉକ୍ତ ଚୋରି ଘଟଣା ଜଣାପଡ଼ିଥିଲା। ଅବିନାଶ ଓ ତାଙ୍କ ସାଙ୍ଗସାଥୀ ମାନେ ଚମ୍ପଟ ମାରିଥିବା ମହିଳାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲାପରେ ବାମରା ରେଳ ଷ୍ଟେସନରୁ ଠାବକରି ଗୋବିନ୍ଦପୁର ପୋଲିସକୁ ଜିମା ଦେଇଥିଲେ।