ବାରିପଦାର ରଙ୍ଗାମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଠାରେ ଷ୍ଟୁଡେଣ୍ଟ ୟୂନିୟନ ପକ୍ଷରୁ ବାର୍ଷିକ ଉତ୍ସବ "ଏଲିକ୍ସିର-୨୦୨୫" ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୁଧବାର ଦିନ ପ୍ରାୟ ୧ ଟାରେ ଏହି ତିନିଦିନ ବ୍ୟାପି ହେବାକୁ ଥିବା ବାର୍ଷିକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।