ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଡୁଡୁକା ଗ୍ରାମରେ ଆଜି ପୂରଭାହ୍ନ ୧୧ଟା ସମୟରେ ଅନୁଷ୍ଠିତ ହେଲା ଜନଶୁଣାଣି କାର୍ଯ୍ୟକ୍ରମ। ଗ୍ରାମବାସୀଙ୍କ ଅଭିଯୋଗ, ସମସ୍ୟା ଓ ପ୍ରସ୍ତାବଗୁଡ଼ିକୁ ସ୍ଥାନୀୟ ପ୍ରଶାସନ ଶୁଣି ଯୋଗ୍ୟ ସମାଧାନ ପାଇଁ ଆଶ୍ୱାସନ ଦେଇଥିଲେ। ପାନୀୟ ଜଳ, ବିଜୁଳି, ରାସ୍ତା ଓ ବିଭିନ୍ନ ଯୋଜନା ସମସ୍ୟା ଉପରେ ଗ୍ରାମବାସୀ ମୁଖ୍ୟତଃ ଅଲୋକପାତ କରି ଥିଲେ । ଗ୍ରାମ ସ୍ତରରେ ସରକାରୀ ଯୋଜନାର ଶୁଣାଣି ଓ ନ୍ୟାୟସଙ୍ଗତ ନିଷ୍ପତ୍ତି ନେବାରେ ଏହି ପଦକ୍ଷେପକୁ ଲୋକମାନେ ସ୍ୱାଗତ କରିଛନ୍ତି।