ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି କମିଟି ପକ୍ଷରୁ ବିଜାତଳା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ସୋମବାର ସାନ୍ତାଳୀ ଭାଷା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ନବୀନ ରାମ, ବରିଷ୍ଠ ନେତା ସଞ୍ଜୀବ ମହାନ୍ତି, ସରୋଜ ମହାନ୍ତ, ଅମୋଦ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।