ରାଉରକେଲା ଠାରେ ଆୟୋଜିତ ଚତୁର୍ଥ ଜାତୀୟସ୍ତର କ୍ରୀଡା ପ୍ରତିଯୋଗିତାରେ ବହଳଦା ସ୍ଥିତ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲର ଛାତ୍ର ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ସ୍ତରରେ ଚତୁର୍ଥ ଜାତୀୟ ଖେଳ କୁଦ ପ୍ରତିଯୋଗିତା ଅଂଶଗ୍ରହଣ କରିଥିଲେ। ଏଥିରେ ୫,୫୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଚ୍ଚ କୋଟିର କ୍ରୀଡା ପ୍ରଦର୍ଶନ କରି ୧୪ବର୍ଷ କମ ବର୍ଗରେ ୩ଜଣ ଛାତ୍ର ସଫଳତା ହାସଲ କରିଛନ୍ତି। ସେମାନେ ହେଲେ ଜୟ ଶଙ୍କର ଟୁଡୁ (ଅଷ୍ଟମ), ରାଜକିଶୋର ସୋରେନ (ସପ୍ତମ), ଶିବମ୍ ନାଏକ(ସପ୍ତମ)।