ଡାବୁଗାଁ: ମୁଣ୍ଡାଗୁଡା ଠାରେ ବିତ୍ତିୟ ସାକ୍ଷରତା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ପାପଡାହାଣ୍ଡି ବ୍ଲକ ପାତ୍ରୀ ପଂଚାୟତ ମୁଣ୍ଡାଗୁଡା ଠାରେ ଜନ ସୁରକ୍ଷା ଯୋଜନା ଅଧୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ କିପରି ଖାତା ଖୋଲିବା,ନିଷ୍କ୍ରିୟ ହୋଇଥିବା ଖାତାର ପୁନଃ ପ୍ରମାଣି କରଣ,ଆର୍ଥକ ଯୋଜନା କିପରି ପ୍ରସ୍ତୁତି କରିବା ସହ ସଂଚୟ ଓ ନିବେଶ କିପରି କରିବେ ।କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ବୀମା ଯୋଜନା ଯାହାକି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା ନେଇ ଆଲୋଚନା ହୋଇଥିଲା |