ଲକ୍ଷ୍ମୀପୁର: ଦଶମନ୍ତପୁର ସ୍ଥିତ ରାଧାକୃଷ୍ଣ ଆଦିବାସୀ ଡିଗ୍ରୀ ମହାବିଦ୍ୟାଳୟ ଶ୍ରେଣୀ କକ୍ଷ ଠାରେ ଆଜି ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ରାଧାକୃଷ୍ଣ ଆଦିବାସୀ ଡିଗ୍ରୀ ମହାବିଦ୍ୟାଳୟ ଶ୍ରେଣୀ କକ୍ଷ ଠାରେ ଆଜି ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର କନ୍ଦପାନ ଙ୍କ ତତ୍ବାବଧାନରେ ଏହି ଶିବିର ର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିର ର ଶୁଭ ଉଦ୍ଘାଟନ କରିଥିଲେ।