ବାମରା ସ୍ଥିତ ହରିପଡ଼ା ଗ୍ରାମ ରୁ ଜଣେ ବିବାହିତ ମହିଳା ଏକବର୍ଷ ର ଶିଶୁ କନ୍ୟାଙ୍କ ସହ ନିଖୋଜ ଥିବା ନେଇ ଗୋବିନ୍ଦପୁର ଥାନା ରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ହରିପଡ଼ା ଗ୍ରାମ ର ଫିରୋଜ୍ ଭୂୟାଁ ଙ୍କ ସ୍ତ୍ରୀ ଅମ୍ରିତା ଭୂୟାଁ ଗତ ଶୁକ୍ରବାର ଭୋର ରେ ଘରେ କାହାକୁ କିଛି ନ କହି କେଉଁ ଆଡ଼କୁ ଚାଲି ଯାଇଛନ୍ତି। ତାଙ୍କ ପରିବାର ଲୋକ ତାଙ୍କୁ ସବୁ ଆଡ଼େ ଖୋଜାଖୋଜି କରି ନପାଇବା ରୁ ଶେଷରେ ରବିବାର ଗୋବିନ୍ଦପୁର ଥାନା କୁ ଆସି ଲିଖିତ ଅଭିଯୋଗ କରିଛନ୍ତି।