ଓଡିଶାକୁ ପୁଣି ବାତ୍ୟା ଆଶଙ୍କା,ବିପର୍ଯ୍ୟୟ ପରିଚାଳନା ବିଭାଗ ସବୁବେଳେ ପ୍ରସ୍ତୁତ ଥିବା ନେଇ ଝାରସୁଗୁଡା ବାରଖଣ୍ଡିଆ ଠାରେ ଆଜି ସନ୍ଧ୍ୟା ପାଞ୍ଚଟା ଦଶ ସମୟରେ ପ୍ରତିକ୍ରିୟା ରଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଯୁଦ୍ଧ ନ ଆସିବ ପୂର୍ବରୁ ଯେପରି ସୈନ୍ୟ ବାହିନୀ ପ୍ରସ୍ତୁତ ରହିଥାଏ ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଆସୁ କି ନ ଆସୁ ବିଭାଗ ୩୬୫ ଦିନ ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ପ୍ରତିକ୍ରିୟାରେ କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।