ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ଠାରେ ଆୟୋଜିତ ହେଲା ୪୧ତମ ଓଡ଼ିଶା ରାଜ୍ୟ ବାର୍ଷିକ ଦନ୍ତ ସମ୍ମିଳନୀ-୨୦୨୫। ଏହି ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ ଦନ୍ତ ଚିକିତ୍ସା ମାଧ୍ୟମରେ ଜନସ୍ୱାସ୍ଥ୍ୟ ସେବାକୁ ଆହୁରି ଜନସାଧାରଣ ମଧ୍ୟରେ ପହଞ୍ଚାଇବା ପାଇଁ ଡେଣ୍ଟାଲ୍ ଡାକ୍ତରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି ବୋଲି କହିଥିଲେ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦନ୍ତ ଚିକିତ୍ସକମାନେ ଯୋଗଦେଇ ନୂତନ ଚିକିତ୍ସା ପ୍ରଣାଳୀ ଓ ଗବେଷଣା ନେଇ ଆଲୋଚନା କରି ଥିଲେ।