ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତା ଅକ୍ଟୋବର ୬ ଯାଏଁ ପବନ ବର୍ଷା ହେବା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣିଂ ଜାରୀ
ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ଅକ୍ଟୋବର ୬ ତାରିଖ ଯାଏଁ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ପବନ ସହ ୭ ରୁ ୧୧ ସେଣ୍ଟିମିଟର ମଧ୍ୟରେ ବର୍ଷା ଓ ବଜ୍ରପାତ ହେବାନେଇ ୟୋଲ ୱାର୍ଣିଂ ଜାରୀ ହୋଇଛି। ଏନେଇ ଶୁକ୍ରବାର ଦିନ ପ୍ରାୟ ୧.୪୦ଟା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରି ଏହି ୱାର୍ଣିଂ ଜାରୀ କରାଯାଇଛି।