ଛତ୍ରପୁର: କନିସି ଠାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଜେପି ନେତା ମଞ୍ଚରେ ବସିବା ଘଟଣା, ବ୍ରହ୍ମପୁରରେ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କଲା ବିଜେଡ଼ି
ଗତକାଲି କନିସି ଠାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ମଞ୍ଚରେ ବସିବାକୁ ନେଇ କଡା ନିନ୍ଦା କରିଛି ବିଜେଡି। ସରକାରୀ କାର୍ଯ୍ୟକ୍ରମରେ ବିଜେପି ନେତା କାହିଁକି ମଞ୍ଚରେ ବସିଲେ ଏବଂ ସୁନାପୁର ବେଳାଭୂମିରେ ଜଣେ ଯୁବକ ବୁଡି ପ୍ରାଣ ହରାଇଥିବା ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରି ମଂଗଳବାର ସଂଧ୍ୟାରେ ବ୍ରହ୍ମପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା।