ଛତ୍ରପୁର: ବାହୁଦା ନଦୀ ପାର ହେଉଥିବା ବେଳେ ବୁଡି ଯାଇ ୩ ମୃତ୍ୟୁ ଘଟଣା, ଚିକିଟି ମେଡିକାଲରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା
ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ନିକଟସ୍ଥ ମା ରତ୍ନେଶ୍ୱରୀଙ୍କ ନବରାତ୍ରି ପୂଜା ଦେଖିବାକୁ ଆସି ବାହୁଦା ନଦୀ ପାର ହୋଇ ନିଜ ଗାଁ କଳିଙ୍ଗଦଳା ଫେରୁଥିବା ବେଳେ ନଦୀରେ ମା, ଝିଅ ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି।ମଂଗଳବାର ଅପରାହ୍ନରେ ଚିକିଟି ମେଡିକାଲରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।