କୋଟପାଡ: କୁନ୍ଦୁରା କଂଗ୍ରେସ ଭବନରେ କଂଗ୍ରେସ ପାର୍ଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି
Kotpad, Koraput | Oct 31, 2025 କୁନ୍ଦୁରା କଂଗ୍ରେସ ଭବନରେ କଂଗ୍ରେସ ପାର୍ଟି ପକ୍ଷରୁ ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ଆଜି ଅପରାହ୍ନ ଘଣ୍ଟେ ସମୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ମାନେ ଇନ୍ଦିରା ଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ l ସେମାନେ କହିଥିଲେ ଯେ, ଭାରତର ରାଜନୈତିକ ଇତିହାସରେ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଇନ୍ଦିରା ଅନ୍ୟତମ । ଇନ୍ଦିରା ଗାନ୍ଧୀ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ, ଯାହା ଆମମାନଙ୍କ ପାଇଁ ଏକ ଗୌରବର ବିଷୟ ।