ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ ହାତୀ କାନ ଜଙ୍ଗଲରୁ ଚୋରି ଟ୍ରାକ୍ଟରକୁ ଆଜି ଉଦ୍ଧାର କରିଛି ପୋଲିସ | ଉଦ୍ଧାର ଟ୍ରାକ୍ଟର ଟି ଖେମରାଜ ହରିଜନଙ୍କର | ଗତ ଏକ ତାରିଖ ରାତିରେ ଖେମରାଜ ଘର ପାଖରେ ଟ୍ରାକ୍ଟରଟିକୁ ରଖିଥିଲେ | ସକାଳୁ ଚୋରି ହେବା ଜାଣି ପୋଲିସକୁ ଖବର ଦେଇଥିଲେ | ଚାରିଆଡେ ମଧ୍ୟ ଖୋଜା ଖୋଜି କରି ନ ପାଇବାରୁ ପାଞ୍ଚ ତାରିଖ ଦିନ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ | ଆଜି ହାତୀକାନ ଜଙ୍ଗଲ ନିକଟରେ ଟ୍ରାକ୍ଟର ଥିବା ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଟ୍ରାକ୍ଟରଟିକୁ ଉଦ୍ଧାର କରିଥିଲେ |