ଆଜି ସୋମବାର ରାତି ୮ଟା ୩୦ ମିନିଟ ସମୟ ପାଖା ପାଖି ରେ ବରଗଡ ଜିଲ୍ଲା ପଦ୍ମପୁର ସହର rb high school ପଡିଆ ସାମ୍ନା ପାନ ଦୋକାନ ରେ ସର୍ଟ ସର୍କିଟ ଯୋଗୁଁ ଲାଗି ଯାଇଛି ନିଆଁ। ସୂଚନା ଯୋଗ୍ୟ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଉଥିବା ସମୟରେ ରେ ସର୍ଟ ସର୍କିଟ ଯୋଗୁଁ ଲାଗି ଯାଇଥିଲା ନିଆଁ। ସ୍ଥାନୀୟ ଲୋକ ଏନେଇ ପଦ୍ମପୁର ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ।ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଥିଲା।ପାଖା ପାଖି 50 ହଜାର ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଅନୁମାନ କରାଯାଉଛି।