ବିଳମ୍ବିତ ରାତିରେ ଦୁର୍ଘଟଣା,ଜଣେ ମୃତ,ଜଣେ ଗୁରୁତର ୧୫୩ ବି ଜାତୀୟ ରାଜପଥ ରେଢ଼ାଖୋଲ-ବୌଦ୍ଧ ରାସ୍ତାର ହାତିବାହାଳ ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଜଣଙ୍କର ସ୍ଵାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଦୁର୍ଘଟଣାଗ୍ରସ୍ତ ଦୁଇ ଯୁବକ ମାନେ ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଟସରାବେଡା ଗ୍ରାମର ଗୋଟିଏ ପରିବାରର ବିଭିଷଣ ପୋଢ ଓ ଶତୃଘ୍ନ ପୋଢ ବୋଲି ଜଣା ପଡିଛି।ଘଟଣାସ୍ଥଳରୁ ବିଭିଷଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଶତୃଘ୍ନଙ୍କୁ ଅତ୍ଯନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋ