ଧାମନଗର: ଧାମନଗର ଏନ ଏ ସି ର ୧୭ ଟି ବୁଥ ମଧ୍ୟରୁ ୧୦ ଟି ବୁଥ ଉତେଜନା ପ୍ରବଣ।
ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ଏ ନେଇ ବିଭିନ୍ନ ବୁଥ ରେ ସି ସି କ୍ୟାମେରା ଲାଗିବାର ମଧ୍ୟ ବ୍ୟବସ୍ଥା କରା ଯାଇଛି। ତେବେ ଧାମନଗର ଏନ ଏ ସି ଅଞ୍ଚଳ ରେ ୧୧ ଟି ୱାର୍ଡ ର ୧୭ ଟି ବୁଥ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୦ ଟି ବୁଥ ଉତ୍ତେଜନା ପ୍ରବଣ ଥିବାରୁ ସେଠାରେ ପୋଲିସ ବ୍ୟବସ୍ଥା କୁ କଡାକଡି କରାଯିବ ବୋଲି ଧାମନଗର ପଞ୍ଚାୟତ ଅଧିକାରୀ ପ୍ରକାଶ କରିଛନ୍ତି।