ଗୋବିନ୍ଦପୁର: ୩ ଫେବୃଆରୀ ମଙ୍ଗଳବାର ଦିନ ବାତିଲ ରହିବ ବାମରା ଦେଇ ଯାଉଥିବା ହାଟିଆ ଏକ୍ସପ୍ରେସ ଟ୍ରେନ
ଆସନ୍ତା ୩ ଫେବୃଆରୀ ମାଙ୍ଗକବାର ଦିନ ବାମରା ଦେଇ ଯାଉଥିବା ଝାରସୁଗୁଡ଼ା ହାଟିଆ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ରାଉରକେଲା ଓ ଝାରସୁଗୁଡା ସେକ୍ସନର ବିଭିନ୍ନ ସ୍ଥାନରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତା ୩ ଫେବୃଆରୀ ମଙ୍ଗଳବାର ଦିନ ବାମରା ଦେଇ ଯାଉଥିବା ଝାରସୁଗୁଡ଼ା ହାଟିଆ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ। ଏନେଇ ଶୁକ୍ରବାର ସନ୍ଧ୍ୟା ୭ ଟା ସମୟରେ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।