ନଗରପାଳିକା ତରଫରୁ ବିଭିନ୍ନ ୱାର୍ଡରେ ବିଶାଳ ସଫା ସୁଥା ଅଭିଯାନ ଆୟୋଜନ କରାଯାଇଥିଲା। ଏହି ଅଭିଯାନରେ ଝାଡ଼ି କାଟିବା, ନାଳା ପରିଷ୍କାର କରିବା ଓ ଜମା ମଳ ଓ ମାଲିନ୍ୟ ସଫା କରିବା କାମ କରାଗଲା। ନଗରପାଳିକା କର୍ମଚାରୀ, ସ୍ଥାନୀୟ ନାଗରିକ ଓ ସଫାଇ କର୍ମୀମାନେ ସକ୍ରିୟ ଭାବେ ଏହି କାର୍ଯ୍ୟରେ ଯୋଗଦେଇ ସହଯୋଗ କରିଥିଲେ। ଏହି ସମିହିତ ପ୍ରୟାସର ଲକ୍ଷ୍ୟ ହେଲା ନଗରକୁ ସ୍ଵଛ ଓ ସୁସ୍ଥ ରଖି, ଜନସାଧାରଣଙ୍କୁ ନିରାମୟ ପରିବେଶ ପ୍ରଦାନ କରିବା। ଅଭିଯାନ CollectorBgr ଓ HUDDeptOdisha ର ନିର୍ଦ୍ଦେଶନା ଅନୁସାରେ ସଫଳତାର ସହ ଚାଲିଛି।