ଯୁଯୁମୁରା ଶିବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ଚଷା ସମାବେଶ ପାଇଁ ବୈଠକ , ଚଷା ଏକାଠି ହେଲେ ଜାତିର ସମସ୍ୟା ଦୂର ହେବ ଚଷା ସମାଜକୁ ଅବହେଳା କରାଯାଉଛି। ସରକାରୀ ସ୍ତରରେ ଯେତିକି ସୁବିଧା ସୁଯୋଗ ମିଳିବ କଥା ମିଳି ପାରିନାହିଁ। ଯଦି ପୁରା ସମାଜ ଏକାଠି ନ ହେବ ତାହା ହେଲେ ଏଭଳି ଅତ୍ୟାଚାର ଚାଲିଥିବା। ଚଷା ସମାଜ ଅଗ୍ରଗତି ଓ ସମାଧାନ ପାଇଁ ଆସନ୍ତା ୨୮ ତାରିଖ ଏକ ମହା ସମାବେଶ ହେବ ଏଥିରେ ଯୁଯୁମୁରା ବ୍ଲକ ରୁ ଅଧିକ ସଂଖ୍ୟାରେ ଯୋଗଦାନ କରିବାକୁ ହେବ ବୋଲି ସୋମବାର ସକାଳେ ଯୁଯୁମୁରା ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଚଷା ସମାଜ ବୈଠକରେ ମତ ପ୍ରକାଶ ପାଇଥିଲା।