ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ ବିଭାଗ ତରଫରୁ ଜାରି କରାଯାଇଛି ରେଡ ୱାର୍ନିଙ୍ଗ ତାପମାତ୍ରା ୪୪ ଡିଗ୍ରୀ |
ଢେଙ୍କାନାଳ ଜିଲ୍ଲାକୁ ଫୁଣି ରେଡ ୱାର୍ନିଙ୍ଗ ଜାରିକଲା ପାଣିପାଗ ବିଭାଗ | ପାଣିପାଗ ବିଭାଗ ତରଫରୁ ସୂଚନା ଅନୁଯାୟୀ ଆଜି ଢେଙ୍କାନାଳ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ରହିଛି ଏହି ତାପମାତ୍ରା ଆଗାମୀ ଦିନରେ ଆହୁରି ବଢିବାର ଅଛି | ତେବେ ଅସହ୍ୟ ଖରା ପାଇଁ ଦିନ ବେଳା ସହର ଶୂନଶାନ ରହିଛି, ସାଧାରଣ ଜନତା କୌଣସି କାମ ନଥିଲେ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି |ଏ ବର୍ଷର ସବୁଠାରୁ ଅଧିକ ତାପମାତ୍ରା ଜିଲ୍ଲାରେ ଆଜି ରେକର୍ଡ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି |