ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ବାଦାମପାହାଡ଼-ଟାଟା ନଗର ମେମୁ ଟ୍ରେନରେ କଟି ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଏଭଳି ଘଟଣା ବାଦାମପାହାଡ଼ ଥାନା ଅନ୍ତର୍ଗତ ବାଗଡେଗା ରେଲୱେ ଫାଟକ ନିକଟରେ ଘଟିଛି। ମୃତ ଯୁବକ ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ ବାଗଡେଗା ଗ୍ରାମର ଠାକୁରା ଟୁଡୁ ବୋଲି ସୂଚନା ମିଳିଛି।