ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ କାଳିଆପାଣି ଘାଗିଆସାହି ପାଖ ହାଟ ପଡ଼ିଆରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏକ ଜାଳକାଠ ଭର୍ତ୍ତି ଟ୍ରକ୍ ଜବତ କରାଯାଇଥିବା ଦେଖିବାକୁ ମିଳିଛି । ଡିଏଫ୍ଓ ଅନିଲ କୁମାର ରାୟଙ୍କ ନିର୍ଦ୍ଦେଶରେ ନବନିଯୁକ୍ତ ରେଞ୍ଜର ସତ୍ୟବ୍ରତ ପ୍ରଧାନ ଏହାକୁ ଅଟକାଇବା ନିର୍ଦ୍ଦେଶ ଦେଇଥିଲେ ହେଁ ଡ୍ରାଇଭର ଗାଡ଼ି ରଖି ଚମ୍ପଟ୍ ମାରିଥିଲା । ବନ ବିଭାଗ ପକ୍ଷରୁ ଉକ୍ତ ଟ୍ରକ୍ ସହ କାଠ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ଏକ ୟୁଡି କେସ୍ ରୁଜୁ କରାଯାଇଛି। ଖୁବ୍ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ରେଞ୍ଜର ଶ୍ରୀ ପ୍ରଧାନଙ୍କ ପକ୍ଷରୁ ସୂଚନା ମିଳିଛି