ଭଣ୍ଡାରିପୋଖରୀ: ଯଶୋଟିକିରି ନିକଟସ୍ଥ ଜାତୀୟ ରାଜପଥ ଡିଭାଇଡରରେ ଚଢ଼ିଗଲା କାର; ୨ ଜଣ ମୃତ, ୩ ଜଣ ଗୁରୁତର
ମଧ୍ୟପ୍ରଦେଶର ବାସିନ୍ଦା ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ ଭଣ୍ଡାରିପୋଖରୀ ଆଖୁଆପଦା ଯଶୋଟିକିରି ନିକଟ ଜାତୀୟ ରାଜପଥର ଡିଭାଇଡର ଉପରେ ରବିବାର ଦିନ ବେଳେ ଏକ କାର ଚଢିଯାଇଥିଲା। ଏଥିରେ ୫ ବର୍ଷର ଶିଶୁ କନ୍ୟା ସମେତ ୨ ଜଣଙ୍କରମୃତ୍ୟୁ ହୋଇଥିବା ଜଣାପଡିଛି। କାରରେ ଥିବା ଅନ୍ୟ ୩ ଜଣ ଗୁରୁତରଙ୍କ ମଧ୍ୟରୁ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସମସ୍ତଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଛି। ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ତଦନ୍ତ କରୁଛି।