ଯୋଡା: ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାଇକ ଗ୍ୟାରେଜରେ ଅଗ୍ନିକାଣ୍ଡ, ଆୟତ୍ତ କଲା ଅଗ୍ନିଶମ ବିଭାଗ
ଗୁରୁବାର ଅପରାହ୍ନ ୧ଟା ବେଳେ ଯୋଡ଼ା ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାଇକ ଗୁମଟି ଗ୍ୟାରେଜରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୋକାନରେ ଥିବା ତେଲ, ମୋବିଲ ସହ କେତେକ ଯନ୍ତ୍ରପାତି ଜଳି ଯାଇଥିବା ଜଣାପଡିଛି। ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ଯୋଡ଼ା ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।