ସୋର: କଲେଜଛକରେ ଦୁର୍ବୁର୍ତ୍ତଙ୍କ ଆକ୍ରମଣରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁ ଗୁରୁତ୍ତର
Soro, Balasore | Sep 17, 2025 ସୋର ପୌର ପାଳିକା ଅନ୍ତର୍ଗତ କଲେଜଛକରେ ଥିବା ଏକ ଘରୋଇ କ୍ଲିନିକର ଜଣେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଡାକ୍ତର ଜଣଙ୍କ ଗୁରୁତ୍ତର ଆହତ ହୋଇ ଭୁବନେଶ୍ୱର ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ଅନୁସାରେ ଖଇରା ଅଞ୍ଚଳର ଶିଶୁ ରୋଗ ବିଶେସଜ୍ଞ ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁ ସୋର ମେଡ଼ିକାଲରେ ଚାକିରୀ କରିଥିଲେ। କିନ୍ତୁ ଚାକିରୀରୁ ସ୍ବେଛାକୃତ ଅବସର ନେଇ କଲେଜ ଛକରେ ଏକ କ୍ଲିନିକ କରି ରୋଗୀ ଦେଖୁଥିଲେ। ଆଜି ସନ୍ଧ୍ୟାରେ ଡାକ୍ତର ଶ୍ରୀ ସ୍ୱାଇଁ ନିଜ କ୍ଲିନିକରୁ ରୋଗୀ ଦେଖି ସାରି ଘରକୁ ଯିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଛି।