ମୋରଡା ନିର୍ବାଚନ ମଣ୍ଡଳୀ ତଥା ବ୍ଲକ ଅଧୀନ ଭାଲୁକଚୁଆର ଉପରସାହି ଏବଂ ତଳସାହିରେ ଥିବା ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ମିଳିତ ଟିମ ଶନିବାର ଅପରାହ୍ନ ଦୁଇଟାରେ ଅତର୍କିତ ଚଢ଼ାଉକରି ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ ପୂର୍ବକ ନଷ୍ଟ କରାଯାଇଛି l ଭାଲୁକଚୁଆ ଗ୍ରାମର ଉପରସାହି ଏବଂ ତଳସାହିରେ ଚୋରଦେଶୀମଦ ଚାଲିଥିବା ବାବଦରେ ଖବରପାଇ ଚଢାଉ କରାଯାଇଥିଲା l