କବିସୂର୍ଯ୍ୟନଗର: ଷଣ୍ଢମୂଳ ତୁମ୍ୱେଶ୍ବର ମନ୍ଦିର ଠାରେ ଭୋଟ ଚୋରି ବିରୋଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଭୋଟ ଚୋରି ବିରୋଧରେ ସ୍ୱର ଉଠାଇ ସଜାଗତା ସୃଷ୍ଟି ପାଇଁ ଷଣ୍ଢମୂଳ ସ୍ଥିତ ତୁମ୍ୱେଶ୍ବର ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସର ଏକ ଜନସଭା ଓ ଦସ୍ତଖତ ଅଭିଯାନ ଶୁକ୍ରବାର ଦିନ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ବେଗୁନିଆପଡା ବ୍ଲକ ସଭାପତି ତଥା ପି ସି ସି ସଭ୍ୟ ଭବାନୀ ପ୍ରସାଦ ଜେନା ଙ୍କ ନେତୃତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥୀ ଚିରଞ୍ଜିବୀ ବିଷୋୟୀ ଯୋଗଦେଇ ତଳ ସ୍ତରରୁ ଏହି ଅଭିଯାନ କୁ ଆରମ୍ଭ କରିବା ପାଇଁ କହିଥିଲେ । ବିଶିଷ୍ଟ ଅତିଥି ଭାବେ ରବି କୁମାର ବିଷୋୟୀ ଜିଲ୍ଲା କିଷାନ୍ କଂଗ୍ରେସ (ପଶ୍ଚିମ) ସଭାପତି ଉପସ୍ଥିତ ଥିଲେ ।