ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁଣ୍ଡିମୁହାଣ ଗ୍ରାମରେ ଆଜି ଆୟୋଜିତ ୨୩ତମ ଭୁଣ୍ଡିମୁହାଣ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଉତ୍ସାହମୟ ପରିବେଶରେ ସମାପ୍ତ ହେଲା। ଅନୁଷ୍ଠାନରେ ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଓ ବଶିଷ୍ଠ ବିଜେଡି ନେତା ଗୋଲାପ ବାଗ ଏବଂ ପୂର୍ବତନ ସାଂସଦ ପ୍ରତିନିଧି ପ୍ରଦ୍ୟୁମ୍ନ ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଫାଇନାଲ୍ ମ୍ୟାଚରେ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ଅତିଥିମାନେ ଯୁବ ଖେଳାଳିଙ୍କ ଖେଳଧ୍ୟକ୍ଷତା, ଶୃଙ୍ଖଳା ଓ ମନୋବଳକୁ ଉତ୍ସାହିତ କରିଥିଲେ। କ୍ରୀଡା ମାଧ୍ୟମରେ ଯୁବକ ମାନେ ଏକତା, ଶୃଙ୍ଖଳା ଏବଂ ସ୍ୱାସ୍ଥ୍ୟପର ସମାଜ ଗଢ଼ି ନେବେ ବୋଲି ଅତ