ମଙ୍ଗଳବାର ସନ୍ଧ୍ୟାରେ ବିଜୁ ପାଠାଗାର ଟ୍ରଷ୍ଟ ସଦସ୍ୟ ମାନେ ବୃଦ୍ଧାଶ୍ରମକୁ ପହଞ୍ଚି ଅନ୍ତେବାସୀ ଙ୍କୁ ଜେକେଟ, ଟୋପି ଓ ମୁଜା ସମେତ ଅନ୍ୟାନ୍ୟ ଶୀତବସ୍ତ୍ର ବଣ୍ଟନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକ ଉପସ୍ଥିତ ରହି ଅନ୍ତେବାସୀଙ୍କ ଦୁଖସୁଖ ପଚାରି ବୁଝିବା ସହ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ଓକିଲ ବର୍ଦାନନ୍ଦ ଶର୍ମା, କେନାଢ଼ିପା ପୁର୍ବତନ ସରପଞ୍ଚ ଶାନ୍ତନୁ ନାଏକ ଓ ବରିଷ୍ଠ ଚାଷୀ ସୁଶିଲ ନାଏକ ଉପସ୍ଥିତ ରହିଥିଲେ।