ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଆଡେନଡୁଙ୍ଗୁରି ଗ୍ରାମରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ସଫଳତାର ସହିତ ଅନୁଷ୍ଠିତ ହେଲା। ଶିବତଲା ବନାମ ଝାଙ୍କରପାଲି ଦଳଙ୍କ ମଧ୍ୟରେ ହୋଇଥିବା ରୋମାଞ୍ଚକ ମ୍ୟାଚରେ ଝାଙ୍କରପାଲି ଦଳ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ବିଜୟ ଦାବି କଲା। ଅବସରରେ ପୂର୍ବତନ ସାଂସଦ ପ୍ରତିନିଧି ଓ ବରିଷ୍ଟ ବିଜେଡ଼ି ନେତା ପ୍ରଦ୍ୟୁମ୍ନ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ବିତରଣ କରି ଶୁଭେଚ୍ଛା ଜଣାଇଲେ। ସ୍ଥାନୀୟ ଖେଳପ୍ରେମୀ ଓ ଯୁବମାନେ ବି ମ୍ୟାଚକୁ ଭାରି ସ୍ୱାଗତ କରିଥିବା ଦେଖାଗଲା।