ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱର ଷ୍ଟେସନ ଛକ ଅଞ୍ଚଳ ଓ ରୂପସା ବଜାର ଅଞ୍ଚଳରେ ତମାଖୁ ଯାଞ୍ଚ ଓ ଚଢ଼ାଉ
ଆଜି ଦୁଇଟି ସ୍ୱତନ୍ତ୍ର ଟିମ୍ ବାଲେଶ୍ୱର ଷ୍ଟେସନ ଛକ ଅଞ୍ଚଳ ଓ ରୂପସା ବଜାର ଅଞ୍ଚଳରେ ଯାଞ୍ଚ ଓ ଚଢ଼ାଉ କାର୍ଯ୍ୟକ୍ରମ ଚାଲାଇଥିଲେ। ଏହି ଅଭିଯାନ ସମୟରେ ମୋଟ 26 ଜଣ ଖିଲାପକାରୀଙ୍କଠାରୁ 4,800 ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଯାଞ୍ଚ ଅଭିଯାନରେ ବୁଧବାର ଅପରାହ୍ନ ୩:୩୦ରେ ଲେଶ୍ୱର ସଦର ଓ ଗ୍ରାମୀଣ ଡ୍ରଗସ୍ ଇନ୍ସପେକ୍ଟର ସୁଶ୍ରୀ ଜୟଶ୍ରୀ ପାତ୍ର ଓ ଶ୍ରୀ ମୁକ୍ତିନନ୍ଦା ଶତପଥୀ ନେତୃତ୍ୱ ନେଇଥିଲେ।  ଅବକାରୀ ଓ ପୋଲିସ ବିଭାଗର ଅଧିକାରୀମାନେ ମଧ୍ୟ ଅଭିଯାନରେ ସାମିଲ ହୋଇଥିଲେ।