ପ୍ରେସର କୁକର ଫାଟି ନବରଙ୍ଗପୁର ଜିଲ୍ଲର କୋଷଗୁମୁଡା ବ୍ଲକ ର କୁକୁଡି ସେମଳା ବିଦ୍ୟାଳୟ ର ପ୍ରାଥମିକ ଛାତ୍ରବାସ ର ଛାତ୍ର ଆହତ ଘଟଣା ର ତଦନ୍ତ କରିଛନ୍ତି ରାଜ୍ୟ ଶିଶୁ ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର। ଆଜି ଅଧ୍ୟକ୍ଷା କୁକୁଡି ସେମଳା ଛାତ୍ରବାସ କୁ ଯାଇ ସେଠାରେ ସମ୍ପୃକ୍ତ ଛାତ୍ର କୁ ଭେଟିଥିଲେ। କେଉଁ ଘଟଣା କ୍ରମ ରେ ଅନ୍ତେବାସୀ ଛାତ୍ର ଜଣକ ଆହତ ହେଲେ ଓ ତାଙ୍କ ଚିକିତ୍ସା କରାଗଲା ସେନେଇ ସବିଶେଷ ତଥ୍ୟ ସେ ସଂଗ୍ରହ କରିଥିଲେ। ଏଥି ସହ ଛାତ୍ର ଙ୍କ ଅଭିଭାବକ ମାଁ ଓ ଭିଣୋଇ ସହ ସେ ଆଲୋଚନା କରିଥିଲେ।