ସୋନପୁର: ସୁରେଶ୍ଵରୀ ମନ୍ଦିରରେ ନବଦିନାତ୍ମକ ଚଣ୍ଡୀଯଜ୍ଞ ପାଇଁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ
ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ମନ୍ଦିର ଯଜ୍ଞ ମଣ୍ଡପରେ ବିଶ୍ୱର କଲ୍ୟାଣ ତଥା ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଅନୁଷ୍ଟିତ ହେବାକୁ ଥିବା ନବଦିନାତ୍ମକ ଚଣ୍ଡୀଯଜ୍ଞ ପାଇଁ ଆଜି ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସେପ୍ଟେମ୍ବର ୧୯ ତାରିଖ ରୁ ଅକ୍ଟୋବର ୨ ତାରିଖ ଯାଏ ହେବାକୁ ଥିବା ଏହି ଚଣ୍ଡୀଯଜ୍ଞରେ ୧୯ ତାରିଖ ଶୁକ୍ରବାର ଶୁଭସ୍ତମ୍ଭ ସ୍ଥାପନ, ୨୦ ତାରିଖ ଅଷ୍ଟ ବିଷ୍ଣୁ, ଅଷ୍ଟ ଶମ୍ଭୁ, ଅଷ୍ଟ ଚଣ୍ଡୀ, ଅଷ୍ଟ ହନୁମାନ ଙ୍କୁ ନିମନ୍ତ୍ରଣ, ୨୧ ତାରିଖ ରେ କଳସ ଯାତ୍ରା ଏବଂ ୨୨ ତାରିଖ ସୋମବାର ରୁ ୨ ତାରିଖ ଗୁରୁବାର ପର୍ଯ୍ୟନ୍ତ