କରଞ୍ଜିଆ: ସାତକୋଶିଆ ବନାଞ୍ଚଳର ସାଳଚୁଆ ନିକଟରେ ଦନ୍ତା ହାତୀର ସନ୍ଦେହ ଜନକ ମୃତ୍ୟୁ
କରଞ୍ଜିଆ ବନଖଣ୍ଡ ଅଧୀନ ସାତକୋଶିଆ ବନାଞ୍ଚଳର ସାଳଚୁଆ ନିକଟରେ ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ଏକ ଦନ୍ତା ହାତୀର ସନ୍ଦେହଜନକ ତଥା ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ନିକଟରୁ ବନବିଭାଗ ସୂଚନା ପାଇଥିଲା। ତେବେ ହାତୀଟିର ମୃତ୍ୟୁ ଖବର ପାଇ ସାତକୋଶିଆ ବନାଞ୍ଚଳ ଅଧିକାରୀ, ବନପାଳ ଘଟଣା ସ୍ଥଳରେ ପହଞ୍ଚି ବନଖଣ୍ଡ ଅଧିକାରୀଙ୍କୁ ଏବାବଦକୁ ଖବର ଦେଇଥିଲେ। ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଦିବା ପ୍ରାୟ ୨ ଘଟିକା ସମୟରେ ବାରିପଦାରୁ ବିଶେଷଜ୍ଞ ଦଳ ପହଞ୍ଚି ତଦନ୍ତ କରୁଛନ୍ତି।