ଜଗନ୍ନାଥ ମନ୍ଦିର ଠାରେ ବ୍ରହ୍ମସମାଜର ବୈଠକ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଜଗନ୍ନାଥ ମନ୍ଦିର ଠାରେ ରବିବାର ସକାଳେ ବ୍ରହ୍ମ ସମାଜ ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ହରି ଶଙ୍କର ହୋତା ଙ୍କ ସଭାପତିତ୍ବରେ ସଂପାଦକ ପ୍ରଶାନ୍ତ କୁମାର ରଥ ୨୦୨୫ ବର୍ଷର ବାର୍ଷିକ ବିବରଣୀ ପାଠ ଉପରେ ଆଲୋଚନା କରିଥିଲେ । ଏବଂ ଆସନ୍ତା ମାର୍ଚ୍ଚ ମାସ ୧୬ ତାରିଖରେ ସମୁହ ବ୍ରତପୋନୟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।