ନର୍ଲା ବ୍ଲକ୍ ଅଧିନ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରା ଠାରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ - ୨୦୨୫ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ନର୍ଲାବ୍ଲକ୍ ଓଷ୍ଟାର ସଭାପତି କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ସମେତ ମୁସ୍କୁଟି, ଶ୍ରୀପୁର୍, ମୁରସିଙ୍ଗ୍, ଲାଖପଦର, ମାଣ୍ଡେଲ୍, ରୁପ୍ରାରୋଡ୍, ନର୍ଲା, ଘୋଡାବନ୍ଧ, ଉଲିକୁପା ଓ ଟକର୍ଲା ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗି ଭାଗନେଇ ଥିଲେ।