ଝାରସୁଗୁଡା ଜିଲ୍ଲା ଲୋଇସିଂହ ଗ୍ରାମ ପଂଚାୟତ ଅନ୍ତର୍ଗତ ବଲଙ୍ଗିବାହାଲର ୱାର୍ଡ ସଭ୍ୟ ପ୍ରହଲ୍ଲାଦ ଚୌଧୁରୀ ଙ୍କ ପରଲୋକ। ସୂଚନା ଅନୁଯାୟୀ ଲୋଇସିଂହ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଲଙ୍ଗିବାହାଲ ଗ୍ରାମ ର ୱାର୍ଡ ସଭ୍ୟ ପ୍ରହଲ୍ଲାଦ ଚୌଧୁରୀ ଆଜି NTPC ସୁନ୍ଦରଗଡ଼ କୁ ଚିକିତ୍ସା ପାଇଁ ଯାଇଥିବା ସମୟ ରେ ତାଙ୍କ ର ପରଲୋକ ହୋଇଥିବା ନେଇ ରାତି ନଅଟା ସମୟରେ ସୂଚନା ମିଳିଛି। ସେ ଜଣେ ପରୋପକାରୀ , ମିଷ୍ଟଭାଷୀ , ସମାଜସେବୀ , ଭଦ୍ର ଏବଂ ନମ୍ର ସ୍ବଭାବ ର ବ୍ୟକ୍ତି ଥିଲେ। ଗ୍ରାମ ପଞ୍ଚାୟତ ର ଉନ୍ନତି ଏବଂ ପ୍ରଗତି ପାଇଁ ସେ ସବୁବେଳେ ତତ୍ପରତା ର ସହ ତାଙ୍କର ଯୋଗଦାନ ରହିଥିଲା।