ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଳବନ୍ତ ସିଂ ଏକଦିନିଆ ଯାଜପୁର ଗସ୍ତରେ ଆସିଥିବା ଗୁରୁବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଥିଲା । ପ୍ରଥମେ ସଚିବ ଶ୍ରୀ ସିଂ ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣି ଗୁମ୍ଫା ଗସ୍ତ କରିବା ସହ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଏବଂ ଲଳିତଗିରି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଏହା ପରେ ସେ ଜିଲ୍ଲାର ପୁରାତନ ବୌଦ୍ଧ କୀର୍ତ୍ତିରାଜି ଉଦୟଗିରି ଏବଂ ରତ୍ନଗିରି ପରିଦର୍ଶନ କରିବା ସହ ବୌଦ୍ଧଧର୍ମ ଗୁରୁ, ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ।