ସିମୁଳିଆ: ରିଆ ସ୍ଥିତ ଘର ସମ୍ମୁଖରେ ଜୁଏଲାରି ଦୋକାନ ର ମାଲିକ କୁ ଭୁଜାଲି ରେ ଆକ୍ରମଣ କରି ଲୁଟିନେଲେ ଅଳଙ୍କାର ବ୍ୟାଗ,
ଜୁଏଲାରି ଦୋକାନ ର ମାଲିକ କୁ ଭୁଜାଲି ରେ ହାଣି ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଲେ 4 ରୁ ଉର୍ଦ୍ଧ ଦୃବୁର୍ତ୍ତ, ଆଜି ଶୁକ୍ରବାର ରାତି 9 ଘଟିକା ସମୟରେ ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାର ରେ ବାବାମଣି ଜୁଏଲାରି ର ମାଲିକ ପ୍ରତାପ ସାହୁ ଦୋକାନ ବନ୍ଦ କରି ରିଆ ସ୍ଥିତ ଘରକୁ ଯାଉଥିବା ଘର ସମ୍ମୁଖରେ ନିଜ କାର ରୁ ଅଳଙ୍କାର ବ୍ୟାଗ ଧରି ଉଲ୍ହାଇବା ବେଳେ ଏକ ଧଳା କାରରେ 4 ଜଣ ଦୃବୁର୍ତ୍ତ ଭୁଜାଲି ଆକ୍ରମଣ କରି 1କେଜି ରୁ ଉର୍ଦ୍ଧ ସୁନା ଓ ରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଛନ୍ତି l ସିମୁଳିଆ ପୋଲିସ ର ତଦନ୍ତ ଜାରି l