ତିର୍ତ୍ତୋଲ: ସ୍ଥାନୀୟ ବୀଣାପାଣି ମଣ୍ଡପରେ ଅନୁଷ୍ଠିତ କଂଗ୍ରେସ ଦଳର ମିଶ୍ରଣ ପର୍ବରେ ଅନ୍ୟ ଦଳର ଶତାଧିକ କର୍ମୀଙ୍କ କଂଗ୍ରେସ ଦଳରେ ଯୋଗଦାନ
ତିର୍ତ୍ତୋଲ ନିକଟସ୍ଥ ବୀଣାପାଣି ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ କଂଗ୍ରେସ ଦଳର ମିଶ୍ରଣ ପର୍ବରେ ଅନ୍ୟ ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି। କଂଗ୍ରେସ ଦଳର ଜଗସିଂହପୁର ଜିଲ୍ଲା ସଭାପତି ନଟବର ବାରିକ ଓ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ଉପସ୍ଥିତରେ ଅନ୍ୟ ଦଳ ପରିତ୍ୟାଗ କରି ଶତାଧିକ ଅନ୍ୟ ଦଳ କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ବାଷନପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଜାରିର ଅଲ୍ଲୀ ଖାନଙ୍କ ସମେତ ଶତାଧିକ ଅନ୍ୟ ଦଳର କର୍ମୀ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି।