ଅନୁଗୋଳ ସହର୍ ପାଖରେ ଥିବା ରାଣୀଗୋଡା ଗାଁର ବୃଦ୍ଧା ପାଞ୍ଚାଳୀ ଦେହୁରୀ | ବୟଷ ପାଖା ପାଖି 77 ବୟସ | ପୁଅମାନଙ୍କ ନିର୍ଯ୍ୟତନା ସହି ନପାରି ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହେଲେ ବିଧବା ବୃଦ୍ଧା | ବୃଦ୍ଧାଙ୍କ ଅଭିଯୋଗ ମୋ ସ୍ୱାମୀ ମାରିବା ପରେ ମୋ ଦୁଇ ପୁଅ ଆଉ ପଚାରୁ ନାହାନ୍ତି ମତେ ନିର୍ଯ୍ୟାତନା ଦେଇଛନ୍ତି | ପୁଅମାନଙ୍କ କଥାରେ ପଡି ମୋ ବୋହୂ ମତେ ବିଷ ପିଆଇ ମାରିବାକୁ ଉଦ୍ୟମ କରିଛନ୍ତି ଶେଷରେ କୌଣସି ବାଟ ନପାଇ ଆସିଛି ଜିଲ୍ଲା ପାଲଙ୍କୁ ମୋ ଦୁଃଖ କହିବି | ବୃଦ୍ଧା ଜଣଙ୍କ ଘୋଷାଡ଼ି ଘୋଷାଡ଼ି ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଇ ରହିଛନ୍ତି |